
ମୋ ହସ୍ତାକ୍ଷର …. ଅ.. ଆ..ଇ
ପିଲା ବେଳେ ଶୁଣି ଥିଲି ଆମେ ଲେଖିଥିବା ଅକ୍ଷର ବା ହସ୍ତାକ୍ଷର,ଆମ ବାପା ମା ଙ୍କ ହାତ ଲେଖା ଅକ୍ଷର ପରି ହେଇ ଥାଏ । କେହି କେହି କହନ୍ତି କାହାର ଡ୍ରଇଂ ଯେତେ ସୁନ୍ଦର ତାର ଅକ୍ଷର ବି ସେମିତି ସୁନ୍ଦର । ଏଥିରୁ ଆମେ ସ୍ପଷ୍ଟ ଜାଣି ପାରୁଛନ୍ତି କି ହସ୍ତାକ୍ଷର ର ଗୁରୁତ୍ଵ ଆମ ଜୀବନ ରେ ବହୁତ୍ ରହିଛି । ଆମର ସ୍ପଷ୍ଟ ହସ୍ତାକ୍ଷର ରୁ ଜଣ ପଡ଼ିଥାଏ କି କେତେ ଉତ୍କୃଷ୍ଟ ଆମର ଚିନ୍ତାଧାରା ।
ଯେତେ ବେଳେ ପିଲା ଟିଏ ଖଡ଼ି ଛୁଏଁ ଅର୍ଥାତ୍ ଅକ୍ଷର ଲେଖା ଆରମ୍ଭ କରେ, ଗୋଲାକାର ବ୍ରହ୍ମନାଦ ରୁ ପ୍ରଥମ କରି ଲେଖିଥାଏ ତିନି ନାମ । ଯଥା :- ବ୍ରହ୍ମା , ବିଷ୍ଣୁ ଓ ମହେଶ୍ୱର । ହସ୍ତାକ୍ଷର ର ଆରମ୍ଭ ରୁ ତିନି ଗୋଲାକାର ଆମକୁ ଏହି ଦିଗ ଦେଖାନ୍ତି କି ” ଆମ ଅକ୍ଷର ହିଁ ଆମର ପରିଚୟ” । ଅକ୍ଷର ଆମ ଜୀବନ ରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ତେଣୁ ଆମେ ଆମର ହସ୍ତାକ୍ଷର କୁ ବ୍ରହ୍ମା – ବିଷ୍ଣୁ – ମହେଶ୍ୱର ବୋଲି ଭାବିବା ଏବଂ ସୁନ୍ଦର କରି ଲେଖିବା । ଯେପରି ତିନି ଗୋଲାକାର , ସେଇ ଖଡ଼ି ଛୁଆଁ ଦିନ ଲେଖି ଥିଲେ ଆମେ ।
ମୁଁ ଜଣେ ଶିକ୍ଷୟିତ୍ରୀ ହେଇଥିବାରୁ, ମତେ ପିଲାଙ୍କର ହସ୍ତାକ୍ଷର ଅନୁଧ୍ୟାନ କରିବା ତଥା ଅକ୍ଷର କୁ ସୁଧାରିବାର ରାସ୍ତା ଦେଖେଇବାକୁ ସୁଯୋଗ ମିଳି ପାରିଛି । ଆଜି କାଲି ପିଲା ମାନଙ୍କର ଲେଖା ଅଭ୍ୟାସ ଛାଡ଼ି ଯାଉଛି, ଯାହା କି ସେମାନଙ୍କର ଅକ୍ଷର ଗୁଡ଼ିକ ବଙ୍କା , ଟେଢ଼ା କରି ଲେଖି ପକାଉଛନ୍ତି । ଯଦି ଆମେ ଅଭିଭାବକ ମାନେ ପିଲାଙ୍କର ହସ୍ତାକ୍ଷର ପ୍ରତି ଟିକେ ଯତ୍ନବାନ ହୁଅନ୍ତେ ତେବେ ଦେଶ ରେ ହସ୍ତାକ୍ଷର ଆମର ବହୁତ ସୁନ୍ଦର ଏବଂ ଆଦୃତ ଲାଭ କରି ପାରନ୍ତେ । ଆମେ ପରା ଓଡ଼ିଆ ! ଆମ ଭାଷା ଭାରି ବଢିଆ । ଆମ ହସ୍ତାକ୍ଷର ବି ଭାରି ମଜାଦାର ଭାରି ବଢିଆ ।
ସୁନ୍ଦର ହସ୍ତାକ୍ଷର ଆମର ପରିଚୟ ।
Manuscriptum – The Handwriting Olympiad is a scientifically supported platform of handwriting analysis. That recognizes handwriting performances nationally. Each competitor is handed a detailed, parameter, based report that locates the areas of strength and shows the ways of improvement. The schools are offered a hassle, free procedure with easy, to, understand evaluation methods and trustworthy certification.
The Handwriting Olympiad by Manuscriptum proves to be a source of inspiration for students to cherish their handwriting. and at the same time develop qualities like self, control, self, confidence, and the feeling of success.
Register your school with Manuscriptum The Handwriting Olympiad and join India’s most reliable platform of handwriting competitions. Get connected to our YouTube channel to be the first to know about new releases and to watch motivating videos!
ଇନ୍ଦିରା ଦାଶ , ଶିକ୍ଷୟିତ୍ରୀ ( ଭେଙ୍କଟେଶ୍ୱର ଇଂଲିଶ ମିଡିୟମ୍ ସ୍କୁଲ ), ଭୁବନେଶ୍ୱର, ଓଡ଼ିଶା.
